ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି ।

ପୁରୀ-ପାଟନା-ପୁରୀ ସ୍ପେଶାଲ୍ (ଟ୍ରେନ୍ ନଂ 08439/08440): ଏହି ଟ୍ରେନ୍ 16 ଅକ୍ଟୋବର 2021 ରୁ 31 ଅକ୍ଟୋବର 2021 ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ ପାଟନାରୁ ଛାଡିବ | ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ 08579/08580): ଏହି ଟ୍ରେନ୍ 13 ଅକ୍ଟୋବର 2021 ରୁ 28 ଅକ୍ଟୋବର 2021 ମଧ୍ୟରେ ପ୍ରତି ବୁଧବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ଗୁରୁବାର ଦିନ ସନ୍ଧ୍ୟା ୭ଘଣ୍ଟା ୪୦ମି.ରେ ଛାଡିବ । ଏହି ଟ୍ରେନରେ ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର (ଟ୍ରେନ୍ ନଂ 08583/08584): ଏହି ଟ୍ରେନ୍ 18 ଅକ୍ଟୋବର 2021 ରୁ 2 ନଭେମ୍ବର 2021 ମଧ୍ୟରେ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ଘଣ୍ଟା ୧୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ତିରୁପତି ଠାରୁ ପ୍ରତି ମଙ୍ଗଳ ବାର ଦିନ ରାତ୍ରି ୯ଘ.୫୫ମି.ରେ ଛାଡିବ | ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ 08585/085806): ଏହି ଟ୍ରେନ୍ 19 ଅକ୍ଟୋବର 2021 ରୁ 3 ନଭେମ୍ବର 2021 ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ବିଶାଖାପାଟନମ୍ ରୁ ସନ୍ଧ୍ୟା ୫ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ରାତ୍ରି ୯ଘ.୦୫ମି.ରେ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ହାଓଡ଼ା-ପୁରୀ – ହାଓଡ଼ା ସ୍ପେଶାଲ୍ (ଟ୍ରେନ୍ ନଂ 08179/08180): ଏହି ଟ୍ରେନ୍ 09 ଅକ୍ଟୋବର 2021 ରୁ 7 ନଭେମ୍ବର 2021 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାଓଡ଼ା ଠାରୁ ରାତ୍ରି ୮ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ଘଣ୍ଟା ୨୦ମି.ରେ ଛାଡିବ । ଏହି ଟ୍ରେନରେ ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

Comments are closed.