ପଛୁଆ ବର୍ଗ ସ୍ଥାନ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ମନଗଢା : ବିଜେଡି

ଭୁବନେଶ୍ୱର: ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦ୍ଵାରା ପଛୁଆ ବର୍ଗ ପାଇଁ ୨୭ % ସଂରକ୍ଷଣ ସମ୍ପର୍କରେ ସେ ପୁଣିଥରେ ମିଥ୍ୟ ଓ ମନଗଢା କଥା କହିଥିବା ଦର୍ଶାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ମହାନ୍ତି କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସେ ସେତେବେଳେ ସେ ନିଜ ଚେହେରା ଦେଖାନ୍ତି ଏବଂ ପରବର୍ତ୍ତୀ ନିର୍ବାଚନ ଆସିବା ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଆନ୍ତି । ଶ୍ରୀ ଆଚାର୍ଯ୍ୟ ମିଛ କହିବାରେ ଏତେ ଅଭ୍ୟସ୍ତ ଯେ ବର୍ତ୍ତମାନ ଓଡ଼ିଶା ବିଜେପି ତାଙ୍କୁ ମିଛ କହିବା ପାଇଁ ବ୍ୟବହାର କରୁଛି ଏବଂ ଶ୍ରୀ ଆଶ୍ଚର୍ଯ୍ୟ ମଧ୍ୟ ଏହି ବ୍ୟବହାରରେ ଅଭ୍ୟସ୍ତ ହେଉଛନ୍ତି ।

ସର୍ବସାଧାରଣରେ ନିମ୍ନ ରୁଚିର ଏବଂ ଅପମାନ ଜନକ ଭାଷା ବ୍ୟବହାର କରିବାରେ ଶ୍ରୀ ଆଚାର୍ଯ୍ୟ ଧୂରନ୍ଧର । ଓଡିଶାର ଲୋକମାନେ ଏଭଳି ନିମ୍ନ ରୁଚିର ଅପମାନଜନକ ଭାଷାକୁ ପ୍ରଶଂସା କରୁନଥିବାବେଳେ ଓଡିଶା ବିଜେପି ଉପରେ ଏହାର ପ୍ରଭାବ ପ୍ରତିଫଳିତ ହେଉଛି । ଆମେ ଶ୍ରୀ ଆଚାର୍ଯ୍ୟଙ୍କୁ ଅନୁରୋଧ କରୁଛୁ କି ସେ ଅଭ୍ୟାସଗତ ଭାବେ ମିଛ କହିବା ବନ୍ଦ କରନ୍ତୁ ଏବଂ ସତ କହିବାପାଇଁ ନିଜ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

Comments are closed.