ଆଜି ବନ୍ୟା ଆଶଙ୍କା, ମୁଣ୍ଡଳିରେ ପହଂଚୁଛି ହୀରାକୁଦ ପାଣି, ବିପଦସଂକେତ ତଳେ ଜଳସ୍ତର

ଭୁବନେଶ୍ୱର – ଆଜି ସଂଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇଥିଲା । ଏଥିଯୋଗୁଁ କିଛି ଉପକୂଳ ଜିଲ୍ଲା ପାଇଁ ବିପଦ ହୋଇପାରେ ବୋଲି ପୂର୍ବାନୁମାନ ମଧ୍ୟରେ ଖବର ମିଳିଛି ଯେ, ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ କଟକ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି । ମୁଣ୍ଡଳିରେ ସ୍ଥିର ରହିଛି ଜଳସ୍ତର । ବିପଦସଂକେତ ତଳେ ରହିଛି ଜଳସ୍ତର । କିନ୍ତୁ ମହାନଦୀ ଓ ଏହାର ଶାଖା ନଦୀ ଯାଇଥିବା ୪ଟି ଜିଲ୍ଲା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀର ତଳିଆ ଅଂଚଳରେ ପାଣି ପଶିବା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସବୁ ପ୍ରସ୍ତୁତି କରାଯାଇଛି । ବନ୍ୟା ଆଶଙ୍କା ଥିବା ଅଂଚଳରେ ଓଡ୍ରାଫ, ଅଗ୍ନିଶନ ବାହିନୀ ମୁତୟନ କରାଯାଇଛି । ମହାନଦୀରେ ବଡ ବନ୍ୟା ଆସିବ ନାହିଁ ବୋଲି ରାଜ୍ୟ ସରକାର ବାରମ୍ବାର କହୁଛନ୍ତି । ଛତିଶଗଡରେ ବର୍ଷା କମିବା ଯୋଗୁଁ କଲମା ବ୍ୟାରେଜରେରୁ ମହାନଦୀକୁ ଜଳ ନିଷ୍କାସନ ପରିମାଣ ହ୍ରାସ ହୋଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ କମ୍ ପାଣି ଆସୁଛି । ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲିବା ସମ୍ଭାବନା ନାହିଁ । ଏ ଦୃଷ୍ଟିରୁ ମହାନଦୀରେ ଆଜି ଆସିବାକୁ ଥିବା ନିମ୍ନରୁ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି କୁହାଯାଉଛି ।

Comments are closed.