ଓଡିଶା କୃଷି କନକ୍ଲେଭ-୨୦୨୧କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ, ମଧ୍ୟସ୍ଥି ବ୍ୟବସ୍ଥାକୁ ଚେକ୍ ଦେବା ପାଇଁ ଆହ୍ୱାନ

ଭୁବନେଶ୍ୱର- ଓଡିଶା କୃଷି କନକ୍ଲେଭ-୨୦୨୧କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଜାତୀୟ ଓ ବିଶ୍ୱ ବଜାର ଉନ୍ମୁକ୍ତ ହୋଇଛି ବୋଲି ସେ କହିଛନ୍ତି । ଚାଷୀଙ୍କ ପାଇଁ ବଜାର ସୁବିଧା ବୃଦ୍ଧି ଜରୁରୀ ବୋଲି କହିଛନ୍ତି ନବୀନ । ମଧ୍ୟସ୍ଥି ବ୍ୟବସ୍ଥାକୁ ଚେକ୍ ଦେବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ବାତାବରଣ ଥିବାରୁ ଜାତୀୟସ୍ତରର କୃଷିଭିତ୍ତିକ କଂପାନିମାନେ ଏ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପରୁ ସୁଫଳ ମିଳିବାରେ ଲାଗିଛି । କୃଷି କ୍ଷେତ୍ରରେ ଉତ୍ପାଜନ ବଢୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲଗାତର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଉତ୍ପାଦନ ଯେଭଳି ପ୍ରଭାବିତ ନ ହେବ, ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.