କୋରୋନା ସଂକ୍ରମଣ ମାମଲା : ଦୀର୍ଘ ଦିନ ପରେ ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା

ପୁରୀ – ପାର୍ବଣରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି । ଦୀର୍ଘଦିନ ପରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା ଜିଲ୍ଲା । ଭୁବନେଶ୍ୱରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତାମାନ ରାଜଧାନୀରେ ହିଁ କେବଳ ୩ ହଜାର ୬୩୬ ସକ୍ରିୟ ମାମଲା ରହିିଛି । ଗତ ୨୪ ଘଂଟାରେ ରାଜ୍ୟରେ ମୋଟ ୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୨୩ ଆକ୍ରାନ୍ତ ।

Comments are closed.