ଆଜିଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢା

ଭୁବନେଶ୍ୱର- ଏକାଦଶ ଶ୍ରେଣୀ ପରେ ଆଜିଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ କ୍ଲାସ ଆରମ୍ଭ । କ୍ଲାସରୁମ ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ । ସବୁ ସରକାରୀ, ବେସରକାରୀ ଓଡିଆ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ସକାଳ ୯ଟାରୁ ୧୨ଟା ୩୦ ମିନିଟ ଯାଏ ଚାଲିବ ପାଠପଢା । କଡା କୋରୋନା କଟକଣା ମଧ୍ୟରେ ପାଠପଢା ହେବ । ଅଭିଭାବକଙ୍କ ସହମତିରେ ଛାତ୍ରଛାତ୍ରୀମାନେ କ୍ଲାସ କରିବେ । ଆଜି ଓ ଆସନ୍ତାକାଲି ପାଠପଢା ହେବ ନାହିଁ । ପୂର୍ବରୁ ଗତ ୨୧ ତାରିଖରେ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଥିଲା ।

Comments are closed.