ବାଲିଗୁଡା ଆଇଟିଡିଏ ପିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି ଗିରଫ

ବ୍ରହ୍ମପୁର – କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏ ପିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିଙ୍କୁ ଗିରଫ କରାଯାଇଛି । ସିକ୍ୟୁରିଟି ଆମାଉଂଟ୍ ରିଲିଜ କରାଇଦେବା ପାଇଁ ଜଣେ କଂଟ୍ରାକ୍ଟରଙ୍କାରୁ ୬ ହଜାର ଟଙ୍କା ଦାବି କରିଥିଲେ । ସେ ଲାଂଚ ଗ୍ରହଣ କରୁଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ । ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରି କନ୍ଧମାଳ ଜିଲ୍ଲାରେ ଥିବା ତାଙ୍କର ଦୁଇଟି ଘର ଉପରେ ଏକକାଳୀନ ଚଢାଉ କରିଥିଲା । ଖାନତଲାସୀ ବେଳେ ବସନ୍ତଙ୍କ ଘରୁ ନଗତ ୧୩ ଲକ୍ଷ ଟଙ୍କା ମିଳିଥିଲା ।

Comments are closed.