ଆଇଏଏସ ସ୍ତରରେ ଅଦଳବଦଳ : ରାଜକୁମାର ଶର୍ମା ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ସଂଜୀବ ଚୋପ୍ରା କୃଷି ଉତ୍ପାଦନ କମିଶନର

ଭୁବନେଶ୍ୱର- ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । କୃଷି ଉତ୍ପାଦନ କମିଶନର ଥିବା ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଭାବେ ନିିଯୁକ୍ତି ଦିଆଯାଇଛି । ସେ ମଧ୍ୟ ଔଷଧ ନିଗମ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଗୃହ ବିଭାଗର ସଚିବ ଥିବା ସଂଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି ।

ପରିବହନ ବିଭାଗ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ନିଯୁକ୍ତ କରାଯାଇଛି । ସତ୍ୟବ୍ରତସାହୁ ରାଜସ୍ୱ ବିଭାଗର ସଚିବ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱରେ ଥିଲେ । ରଂଜନା ଚୋପ୍ରାଙ୍କୁ ଏମଏସଏମଇ ସଚିବ ଦାୟିତ୍ୱ ଦିଆଯାଇଛି । ସୁରେଶ କୁମାର ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି । ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଭାବେ ଦାୟିତ୍ୱ ତୁଲାଇବେ । ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଇଡକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ ଦିଆଯାଇଛି ।

Comments are closed.