ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡି, ପାଗ ଶୁଖିଲା ରହିବ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଓ ବୁଧବାର ବି ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଆଜି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଥିଲା ପାଣିପାଗ ବିଭାଗ । ସୁନ୍ଦରଗଡ, କେନ୍ଦୁଝର, ଅନଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୯ଟି ଜିଲ୍ଲା ଓ ଗୁରୁବାର ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ଖସିପାରେ ବୋଲି ପାଣିପାଗ ବିଭାଗ କହିଛି ।

Comments are closed.