ରାଜ୍ୟରେ ଆଉ ୧୧ ହଜାର ୮୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ।ପଇଁ ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୪୩୧ ଏବଂ ସ୍ଥାନୀୟ ଅଂଚଳରୁ ୪ ହଜାର ୬୫୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧ ହଜାର ୬୧ ଶିଶୁ କିଶୋର ମଧ୍ୟ ଅଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ହଜାର ୪୯୬, ସୁନ୍ଦରଗଡରୁ ୧ ହଜାର ୪୧୬, କଟକରୁ ୭୬୬, ମୟୂରଭଞ୍ଜ ଜିଲ୍ଲାରୁ ୩୯୩, ବାଲେଶ୍ୱରରୁ ୩୨୩, ସମ୍ବଲପୁରରୁ ୩୦୨, ବଲାଙ୍ଗିରରୁ ୩୦୦, ଯାଜପୁରରୁ ୨୭୫, ଜଗତସିଂହପୁରରୁ ୨୭୩, କଳାହାଣ୍ଡି ଜିଲ୍ଲାରୁ ୨୫୩, କେନ୍ଦୁଝରରୁ ୨୨୩, କୋରାପୁଟରୁ ୧୯୬, ପୁରୀରୁ ୧୮୮, ରାୟଗଡାରୁ ୧୮୭, ଢେଙ୍କାନାଳରୁ ୧୫୭, ସୋନପୁରରୁ ୧୫୩, ଅନୁଗୁଳରୁ ୧୩୯, ନୟାଗଡରୁ ୧୪୯, ନବରଙ୍ଗପୁରରୁ ୧୩୭, ଝାରସୁଗୁଡାରୁ ୧୩୨, ଭଦ୍ରକରୁ ୧୩୨, ବରଗଡରୁ ୧୨୫, ଗଞ୍ଜାମରୁ ୧୧୬, ନୂଆପଡାରୁ ୧୦୪, ଗଜପତିରୁ ୯୩, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୮୩, ମାଲକାନଗିରିରୁ ୫୪, ଦେବଗଡରୁ ୫୩, କନ୍ଧମାଳରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୭୫୯ ମାମଲା ଚିହ୍ନଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୬୬ ହଜାର ୩୨ । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୮୦ ହଜାର ୯୧୪କୁ ବୃଦ୍ଧି ପାଇଛି ।

Comments are closed.