ବିଦ୍ୟୁତଚାଳିତ ଗାଡି ଉପରେ ଏଣିକି ୫୦ ହଜାର ଟଙ୍କା ଯାଏଁ ସବ୍‌ସିଡି, ୨୦୨୧ ସେପଟେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର- ବିଦ୍ୟୁତଚାଳିତ ଗାଡି କିଣିଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ଗାଡି କିଣିବା ବେଳେ ଗ୍ରାହକମାନଙ୍କୁ ରେଜିଷ୍ର୍ଟ୍ରେସନ ଫି’ ଓ ମୋଟରଯାନ ଟିକସ ଛାଡ ହୋଇଥିଲା । ବର୍ତ୍ତମାନ ଅତିରିକ୍ତ ୧୫ ପ୍ରତିଶତ ସବସିଡି ଅର୍ଥକୁ ସରକାର ଗ୍ରାହକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ । ଯେଉଁମାନେ ୨୦୨୧ ମସିହା ସେପଟେମ୍ବର ୧ ତାରିଖ ପରେ ବିଦ୍ୟୁତଚାଳିତ ଗାଡି କିଣିଥିବେ, ସେମାନେ ଏହି ଅତିରିକ୍ତ ସବସିଡି ଟଙ୍କା ଫେରସ୍ତ ପାଇବେ । ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଧରଣର ଇଲେକ୍ଟ୍ରି ଗାଡି ଉପରେ ରାଜ୍ୟ ସରକାର ୫ରୁ ୫୦ ହଜାର ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି । ଏହା ପିଛିଲା ଭାବେ ୨୦୨୧ ମସିହା ସେପଟେମ୍ବର ପହିଲାରୁ ଲାଗୁ ହେବ । ରାଜ୍ୟରେ ବିଦ୍ୟୁତଚାଳିତ ଗାଡିଗୁଡିକର ବିକ୍ରିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ଫି’ ଓ ମୋଟର ଯାନ ଟିକସକୁ ଛାଡ କରିଥିଲେ । ଗତବର୍ଷ ଏ ନେଇ ବିଜ୍ଞପ୍ତି ଜାରି ହୋଇଥିଲା ।

Comments are closed.