ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ଵର- ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପାଇଁ ଗାଇଡ ଲାଇନ ଜାରି କରାଯାଇଛି । ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଥିବା ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଦ୍ୱିତୀୟ ଡୋଜ ଟିକା ନେଇଥିବା ବ୍ୟକ୍ତି ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ । ଗଣତିର ୪୮ ଘଣ୍ଟା ପୂର୍ବରୁ ଆର୍ଟି ପିସିଆର ରିପୋର୍ଟ ଜରୁରୀ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ର ଯିବାକୁ ଅନୁମତି ଦିଆଯିବ ନାହିଁ ।

ଚଳିତ ପଞ୍ଚାୟତ ନିର୍ବାଚନରେ ଆଉ ଦୁଇ ପର୍ଯ୍ୟାୟ ମତଦାନ ବାକି ଥିବା ବେଳେ ଆସନ୍ତା ୨୬ରୁ ୨୮ ଯାଏଁ ଭୋଟ ଗଣତି ହେବ ।

Comments are closed.