ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ନେଇ ପୂର୍ବାନୁମାନ, ମିଳିପାରେ ୭୫୦ରୁ ଅଧିକ ଆସନ

ଭୁବନେଶ୍ୱର- ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନ ର କାଲିଠାରୁ ପ୍ରକାଶ ପାଇବ ଫଳାଫଳ । ୨୬ ତାରିଖରୁ ୨୮ ଯାଏ ହେବ ଭୋଟ ଗଣତି । ଫଳାଫଳକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ଏହାକୁ ନେଇ ଅନେକ ପୂର୍ବାନୁମାନ ପ୍ରକାଶ ପାଇଛି । ଚର୍ଚ୍ଚା ହେଉଛି ଯେ, ଶାସକ ବିଜେଡି ଏଥର ୭୫୦ରୁ ଯଥେଷ୍ଟ ଅଧିକ ଜିଲ୍ଲା ପରିଷଦ ଆସନ ହାସଲ କରିପାରେ ବିଜେଡି। ୨୦୧୭ ତୁଳନାରେ ୨୮୦ରୁ ଅଧିକ ଜିଲ୍ଲା ପରିଷଦ ଆସନ ବିଜେଡି ଖାତାକୁ ଯାଇପାରେ। ୨୦୧୨ରେ ବିଜେଡି ୬୧୨ ଓ ୨୦୧୭ରେ ୪୭୩ ଆସନ ପାଇଥିଲା । ଏଥର ଦଳର ଆସନ ସଂଖ୍ୟା ୭୫୦ ଅଧିକ ଯାଇପାରେ ।

ମୁଖ୍ୟ ବିରୋଧି ଦଳ ବିଜେପି ଓ କଂଗ୍ରେସର ପ୍ରଭୂତ କ୍ଷତି ହେବ ବୋଲି ରାଜନୈତିକ ପଣ୍ଡିତମାନେ ପୂର୍ବାନୁମାନ କରିଛନ୍ତି । ଉପଯୁକ୍ତ ନେତୃତ୍ୱ ଅଭାବ ଓ ପ୍ରସଙ୍ଗ ବିହୀନ ରାଜନୀତି ବିରୋଧୀ ଦଳ ପାଇଁ ଏଥର ନିର୍ବାଚନରେ ସମସ୍ୟା ସୃଷ୍ଟି କରିଛି । ଦଳୀୟ କନ୍ଦଳ ଓ ପ୍ରଚାରରେ ଟାଣୁଆ ନେତାମାନଙ୍କ ଅନୁପସ୍ଥିତି ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଅପରପକ୍ଷରେ, ବିଜେ ଡି ଦଳୀୟ ସଙ୍ଗଠନକୁ ମଜବୁତ କରି ନିର୍ବାଚନକୁ ଓହ୍ଲାଇଥିଲା । ଏଥିଯୋଗୁଁ ଦଳକୁ ପୂର୍ବାପେକ୍ଷା ଏଥର ଅଧିକ ଆସନ ମିଳିପାରେ ବୋଲି ମନେ କରାଯାଉଛି ।

Comments are closed.