ଗଞ୍ଜାମରେ ପୂର୍ବ ସଫଳତା ଦୋହରାଇବା ଅଭିମୁଖେ ବିଜେଡି

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନର ଭୋଟ ଗଣତି ହୋଇଛି । ବିଜେଡି ୨୭୮ଟି ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡି ଏଥର ମଧ୍ୟ ଜବରଦସ୍ତ ସଫଳତା ହାସଲ ଲକ୍ଷ୍ୟରେ ଅଗ୍ରସର ହେଉଛି । ୬୯ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଆଜି ଗଣତି ଆରମ୍ଭ ହୋଇଥିବା ସମସ୍ତ ୨୨ରୁ ୨୨ ଆସନରେ ଆଗୁଆ ରହିଛି ବିଜେଡି । ବିଜେପି ଓ କଂଗ୍ରେସ ଏ ଯାଏ ଖାତା ଖୋଲି ପାରିନାହାନ୍ତି ।

Comments are closed.