ମାନସ ହତ୍ୟା ମାମଲା : ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ- ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ଫେବ୍ରୁଆରି ୧୪ ରେ ହୋଇଥିଲା ଅଭିଯୋଗ । ଶର୍ମିଷ୍ଠାଙ୍କୁ ଏ ଯାଏଁ ଗିରଫ କରାଯାଇପାରି ନାହିଁ । ଏହି ମାମଲାରେ ସୋମବାର ଅବସରପ୍ରାପ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ ଓ ଅନ୍ୟଜଣଙ୍କୁ ଗିରଫ କରାଯାଇଥିଲା । ଜାମିନ ଆବେଦନ ଖାରଜ ହେଲାପରେ ନିରଞ୍ଜନ ସେଠୀଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏ ଯାଏଁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.