ସମଲେଇ ମାଁର୍ ଠାନେ ଲାଗଲା ନୂଆଁ ଅରନ୍

ସମ୍ବଲପୁର: ସେ ଶୁଭ ସମିଆ ପଲେଇ ଆଏଲା। ପଶ୍ଚିମ୍ ଓଡ଼ିଶାର୍ ପୁରଖା ତିହାର୍ ନୂଆଁଖାଇ ଲାଗିଁ ଇଷ୍ଟଦେବୀ ମାଁ ସମଲେଇ ନେ ନୂଆଁ ଅରନ୍ ଲାଗିଛେ। ଇତାର୍ ଲାଗିଁ ବାହାରିଥିବାର୍ ଲଗନ୍ ୧୦.୫୬ ମିନିଟ ନୁ ୧୧.୧୦ ମିନିଟ୍ ଭିତରେଁ ମାଁ କେ ନୂଆଁ ଅରନ୍ ଲଗାଯାଇଛେ। ତାର୍ ଉତାରୁଁ ସବୁ ପାର୍ଶ୍ବ ଦେବାଦେବୀକଁର୍ ଠାନେ ନୂଆଁ ଚରୁ ଅର୍ପଣ୍ କରାଯାଇଛେ। ମୁଖିଆ ପୂଜାରୀ ଅମ୍ବିକା ରାୟକଁର୍ କଢୁଆଲ୍ ଥିଁ ପୂଜାପାଠ୍ ସାଂଗେଁ ନୂଆଁ ସଁପା କାମ୍ ହେଇଛେ। ଇଥିର୍ ଲାଗିଁ ସମଲେଇ ଗୁଡି ନେ ଭୋର୍ ସକାଲୁଁ ଅଲଗ୍ ପୂଜାପାଠ୍ ଉତାରୁଁ ଆଲତୀ ହେଇଥିଲା। ତାର୍ ଉତାରୁଁ ପାସର୍ ପରାମାନକର୍ ଦେ ଦେବତାକୁଁ ଭିଲ୍ ଯାଇକରି ନୂଆଁ ଲଗା ହେଇଛେ। ନୂଆଁ ଚଢାଲା ଉତାରୁଁ ପୂଝାରୀ କୁଟୁମ୍ ଗୁଟେ ଠାନେ ବସିକରି ନୂଆଁ ଖାଇଛନ୍। ଆର୍ ତାର୍ ପଛେଁ ପଶ୍ଚିମ ଓଡିଶାର୍ ସବୁ ଲୋକ୍ ନିଜର୍ ନିଜର୍ ଘରର୍ କୁଲଦେବୀ ନେ ନୂଆଁ ଚଢେଇ କରି ନୂଆଁ ଖାଇଛନ୍।

Comments are closed.