ବସକୁ ପିଟିଲା ଟ୍ରକ୍ , ୧ ମୃତ, ୧୦ରୁ ଅଧିକ ଆହତ

ସମ୍ବଲପୁର – ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ମହାଲକ୍ଷ୍ମୀ ନାମକ ଏକ ଘରୋଇ ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଧକ୍କା ଦେଇଥିଲା । ମୃତ ଯାତ୍ରୀଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଝାରସୁଗୁଡ଼ା ଓ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.