ନବ ଦାସ ହତ୍ୟା ମାମଲାରେ କ୍ରାଇମସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ

ବ୍ରଜରାଜନଗର- ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ତଦନ୍ତ ସ୍ୱରୂପ କ୍ରାଇମ୍ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ । କେମିତି ଗହଳି ଭିତରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗୁଳି ମାରି ପାରିଲା? ଗୁଳି କରିବା ବେଳେ କ’ଣ ଘଟିଥିଲା? କ୍ରାଇମସ୍ପଟରେ ଆଉ କ’ଣ ସବୁ ଘଟିଥିଲ? ଏସବୁ ବିଷୟରେ ଜାଣିବା ପାଇଁ କ୍ରାଇମସ୍ପଟରେ ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତ ଏସଆଇ ଗୋପାଳ ଦାସକୁ ଆଜି ଅପରାହ୍ନରେ ବ୍ରଜରାଜନଗରର ଗାନ୍ଧୀ ଛକକୁ ନେଇ କ୍ରାଇମବ୍ରାଞ୍ଚ ସିନ ରିକ୍ରିଏସନ କରିଛି। ଘଟଣା ଦିନ ମନ୍ତ୍ରୀ ନବ ଦାସଙ୍କ ଯେଉଁ ଦୁଇଟି ଗାଡିଥିଲା, ଆଜି ମଧ୍ୟ ସେହି ଗାଡି ନିଆଯାଇ ତଦନ୍ତ କରାଯିବା ସହ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି।

କ୍ରାଇମ୍ ସିନ୍ ରିକ୍ରିଏସନକୁ ଡ୍ରୋନ୍ କ୍ୟାମେରା, ଅନ୍ୟ କ୍ୟାମେରା ଓ ଫଟୋ ମାଧ୍ୟମରେ କଏଦ କରାଯାଇଛି। ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇଥିଲା । ଗୁଜରାଟରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Comments are closed.