ରଥଯାତ୍ରା ନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନର ବୈଠକ

ପୁରୀ – ଜୁଲାଇ ୭ ତାରିଖରେ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ଆୟୋଜନ ସୁରୁଖୁରୁରେ କିପରି ହେବ, ସେ ନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନର ବୈଠକ ବସୁଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ମୁଖ୍ୟତଃ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରାଯିବ । ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ରାସ୍ତାଘାଟ ମରାମତି, ଗମନାଗମନ ସୁବିଧା ନେଇ ବୈଠକରେ ଆଲୋଚନା ହେବ । ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ। ବିଭିନ୍ନ ବିଭାଗର ଅଧିକାରୀ ବୈଠକରେ ଯୋଗ ଦେବେ ।

Comments are closed.