ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରବିନାରାୟଣ ପାଣି

ଭୁବନେଶ୍ୱର – ନିର୍ବାଚନ ଋତୁରେ ଟିକେଟ ପାଇନଥିବା ଓ ଅସନ୍ତୁଷ୍ଟ ନେତାମାନଙ୍କ ଇସ୍ତଫା ପର୍ବ ଜାରି ରହିଛି। ଏ କ୍ରମରେ ଆଜି ବିଜେପି ଛାଡିଛନ୍ତି ପୂର୍ବତନ ଲୋକସଭା ସଦସ୍ୟ ଓ ପୂର୍ବତନ ବିଧାୟକ ରବି ନାରାୟଣ ପାଣି । ଦଳରେ ତାଙ୍କ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି ବୋଲି ବିଜେପି ସଭାପତିଙ୍କୁ ଦେଇଥିବା ନିଜର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ରବି ପାଣି ।

୧୯୮୯ରୁ ୧୯୯୧ ଯାଏଁ ରବି ପାଣି ତତ୍କାଳୀନ ଦେବଗଡ଼ ଲୋକସଭା ଆସନରୁ ସେତେବେଳର ଜନତା ଦଳ ଟିକେଟରୁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ବିଜେଡିର ମୁଖ୍ୟ ସଚେତକ ମଧ୍ୟ ହୋଇଥିଲେ ରବି ନାରାୟଣ ପାଣି। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ସେ ବିଜେପିରେ ସାମିଲ ହୋଇଥିଲେ ।

Comments are closed.