ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ : ରାତି ୯ରୁ ସହରାଂଚଳରେ ଲାଗିବ ନାଇଟ କର୍ଫ୍ୟୁ, ଅଫଲାଇନ ପଢା ବନ୍ଦ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହର ମୁକବିଲା ପାଇଁ କିଛି ପଦକ୍ଷେପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାରି କରିଛନ୍ତି ଗାଇଡଲାଇନ୍ । ଏଣିକି ରାଜ୍ୟର ସହରାଂଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ, ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ପୂର୍ବରୁ ରାତି ୧୦ଟାରୁ ସହରାଂଚଳରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିଲା । ଭିଡ ହେଉଥିଲେ ଦୋକାନ, ବଜାର ୭ ଦିନ ପାଇଁ ସିଲ୍ କରାଯିବ । ଦ୍ୱାଦଶ ଶ୍ରେଣୀ ଯାଏଁ ଅଫଲାଇନ ପଢାପଢି ବନ୍ଦ କରିଦିଆଯାଇଛି । ଅନଲାଇନ ପାଠପଢା ଜାରି ରହିବ । ୫୦ ପ୍ରତିଶତ ଉପସ୍ଥିତିରେ ସବୁ ସରକାରୀ ଅଫିସ ଚାଲିବ । ବିବାହ, ବ୍ରତରେ ମାତ୍ର ୧୦୦ ଜଣଙ୍କୁ ଅନୁମତି ମିଳିବ । ବିବାହରେ ମାତ୍ର ୩୦ ଜଣ ବରଯାତ୍ରୀ ରହିବେ । ଦଶମ ଶ୍ରେଣୀ ଆସେସମେଂଟ ପରୀକ୍ଷା ଜାରି ରହିବ ବୋଲି ଏସଆରସି କହିଛନ୍ତି ।

ମେଳା,ପ୍ରଦର୍ଶନୀ ଆୟୋଜନ ହୋଇପାରିବ ନାହିଁ । ପିକନିକକୁ ବାରଣ କରାଯାଇଛି । ହୋଟେଲ, ରେଷ୍ଟୁରାଂଟ,ଢାବା ରାତି ୯ଟା ଯାଏଁ ଖୋଲିପାରିବ । କିନ୍ତୁ ଏବେ କେବଳ ୫୦ ପ୍ରତିଶତ ଲୋକ ହିଁ ବସି ଖାଇପାରିବେ । ଓପନ ଏୟାର ଥିଏଟରରେ କୋଭିଡ କଟକଣା ଯାତ୍ରା ହେବ । ସିନେମାହଲ୍ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ଇଣ୍ଡୋର ଓ ଆଉଟଡୋର୍ ଫିଲ୍ମ ସୁଟିଂ କଡା କୋଭିଡ କଟକଣାରେ ଚାଲିପାରିବ ।

Comments are closed.