ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି, ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଉଭୟ ଗୃହରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସହିଦ୍ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଉକ୍ତ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଉଭୟ ସଦନରେ କିଛି ମୁହୂର୍ତ୍ତର ନିରବ ପ୍ରାର୍ଥନା ହୋଇଥିଲା।
କୋଡିଏ ବର୍ଷ ପୂର୍ବେ ତଥା ୧୩ ଡିସେମ୍ବର ୨୦୦୧ରେ ପାଞ୍ଚ ଜଣ ଲଶ୍କର-ଇ-ତଇବା ଏବଂ ଜୈଶ-ଇ-ମହମ୍ମଦ ଆତଙ୍କବାଦୀମାନେ ସଂସଦ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ଉକ୍ତ ଆକ୍ରମଣରେ ରାଜ୍ୟସଭା ସଚିବାଳୟ ସୁରକ୍ଷା ସହାୟକ ଜଗଦୀଶ ପ୍ରସାଦ ଯାଦବ, ମାତ୍ତବର ସିଂ ନେଗି, ସେଣ୍ଟ୍ରାଲ ରିଜର୍ଭ ସିକ୍ୟୁରିଟି ଫୋର୍ସ (ସିଆରପିଏଫ୍) କନଷ୍ଟେବଳ କମଲେଶ କୁମାରୀ, ଦିଲ୍ଲୀ ପୋଲିସ ସବ-ଇନ୍ସପେକ୍ଟର ରାମପାଲ ଏବଂ ନାନକ ଚାନ୍ଦ, ଦିଲ୍ଲୀ ପୋଲିସ ହେଡ୍ କନଷ୍ଟେବଳ ଓମ ପ୍ରକାଶ କେନ୍ଦ୍ରୀୟ ଜନକାର୍ଯ୍ୟ ବିଭାଗର ମାଳି ବିଜନ୍ଦର ସିଂ ଏବଂ ଘନଶ୍ୟାମ ଏବଂ ଦେଶ ରାୟ ପ୍ରାଣ ହରାଇଥିଲେ।

Comments are closed.