ଓଡିଶା ପାଇଁ ଗର୍ବର ବିଷୟ : ୨୦ ବର୍ଷ ପରେ ପ୍ରଥମ ଓଡିଆ ସଦସ୍ୟ ଭାବେ ରାଜ୍ୟସଭାରେ ଗୃହକାର୍ଯ୍ୟ ପରିଚାଳନା କଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ – ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଓଡିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଆସନରେ ବସି ଗୃହ ପରିଚାଳନା କଲେ । ରାଜ୍ୟସଭାର ଗୃହ ପରିଚାଳନା କମିଟିରେ ସ୍ଥାନ ପାଇଥିବା ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଏହି ସୌଭାଗ୍ୟ ହାସଲ କରିଛନ୍ତି । ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ପ୍ରଥମ ଥର ପାଇଁ ସଂସଦର ଉଚ୍ଚ ସଦନରେ ଗୃହକାର୍ଯ୍ୟ ପରିଚାଳନା କରିଛନ୍ତି ।

ଦକ୍ଷତାର ସହ ଗୃହ କାର୍ଯ୍ୟ ପରିଚାଳନା କରିଥିବାରୁ ସସ୍ମିତଙ୍କୁ ପ୍ରଶଂସା କରିଛି ବିଜେଡି । ସସ୍ମିତଙ୍କ ପାଇଁ ଓଡିଶା ଗର୍ବିତ ବୋଲି ଦଳ କହିଛି । ମହାମାରୀ ରୋଗ ( ସଂଶୋଧନ ) ଅଧ୍ୟାଦେଶ ୨୦୨୦ ବିଲ୍ ଉପରେ ଆଲୋଚନା ପାଇଁ ଡକ୍ଟର ସସ୍ମିତ ପାତ୍ର ଗୃହରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟସଭାର ଅପେକ୍ଷାକୃତ କମ ବୟସ୍କ ସଦସ୍ୟ ହୋଇଥିଲେ ବି ସସ୍ମିତ ଦକ୍ଷତାର ସହ ଗୃହ ପରିଚାଳନା କରିଥିବାରୁ ସବୁ ଦଳର ନେତା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Comments are closed.