ରାଜସ୍ଥାନରେ ଏମର୍ଜନ୍ସି ଲ୍ୟାଣ୍ଡିଙ୍ଗ(ଇଏଲ୍ଏଫ୍) ଷ୍ଟ୍ରିପର ଉଦଘାଟନ, ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଜାତୀୟ ରାଜପଥରେ ଅବତରଣ କଲା ସୁଖୋଇ ବିମାନ

ନୂଆଦିଲ୍ଲୀ: ଆଜି ରାଜସ୍ଥାନର ଜାଲୋର ଜାତୀୟ ରାଜପଥରେ ଏମର୍ଜନ୍ସି ଫିଲ୍ଡ ଲ୍ୟାଣ୍ଡିଙ୍ଗ(ଇଏଲ୍ଏଫ୍) ଷ୍ଟ୍ରିପ୍ ର ଉଦଘାଟନ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ, ବାୟୁସେନା ମାର୍ଶଲ ଆର.କେ.ଭଦୌରିଆଙ୍କ ସହ ପ୍ରଥମ ଥର ପାଇଁ ଏକ ସୁଖୋଇ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ଏକ ଜାତୀୟ ରାଜପଥରେ ଅବତରଣ କରିଛି |
ଏସୟୁ -୩୦ ଜେ ସୁପର ହର୍କ୍ୟୁଲ୍ସ ପରିବହନ ବିମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ ବାୟୁସେନା ମାର୍ଶଲ ଆର.କେ.ଏସ୍ ଭଦୌରିଆଙ୍କୁ ନେଇ ଲେକ୍ ରଜାଲୋର୍ ଜାତୀୟ ରାଜପଥରେ ଅବତରଣ କରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ତାଳିରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ।

ଏହି ପ୍ରକଳ୍ପରେ ଜରୁରୀକାଳୀନ ଅବତରଣ ଷ୍ଟ୍ରିପ୍ ବ୍ୟତୀତ କୁନ୍ଦନପୁରା, ସିଙ୍ଘାନିଆ ଏବଂ ବାଖାସର ଗ୍ରାମରେ ବାୟୁସେନା / ଭାରତୀୟ ସେନାର ଆବଶ୍ୟକତା ଅନୁଯାୟୀ ତିନୋଟି ହେଲିପ୍ୟାଡ୍ (ପ୍ରତ୍ୟେକ ଆକାର ୧୦୦ x ୩୦ ମିଟର) ନିର୍ମାଣ ହୋଇଛି, ଯାହା ପଶ୍ଚିମ ଭାଗରେ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଭାରତୀୟ ସେନାର ସୁରକ୍ଷା ନେଟୱାର୍କକୁ ମଜବୁତ କରିବାରେ ସହାୟକ ହେବ | ୧୯ ମାସ ମଧ୍ୟରେ ଇଏଲ୍ଏଫ୍ ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି | ଏହାର ନିର୍ମାଣ କାର୍ଯ୍ୟ ଜୁଲାଇ ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀ ୨୦୨୧ରେ ସମାପ୍ତ ହୋଇଥିଲା | ବାୟୁସେନା ଏବଂ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ତତ୍ତ୍ୱାବଧାନରେ ଏହା ଜିଏଚଭି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ହୋଇଛି |

Comments are closed.