ତାଙ୍କ ସପକ୍ଷରେ ‘ଭାରତ ରତ୍ନ’ ଅଭିଯାନ ବନ୍ଦ କରିବାକୁ ଲୋକଙ୍କୁ ଅନୁରୋଧ କଲେ ରତନ ଟାଟା

ନୂଆଦିଲ୍ଲୀ – ଭାରତର ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ଦେବାକୁ ଦାବି କରି ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ ହୋଇଛି । ଦେଶ ପ୍ରତି ଟାଟାଙ୍କ ଉଲ୍ଲେଖନୀୟ ଅବଦାନ ଦୃଷ୍ଟିରୁ ସେ ‘ଭାରତ ରତ୍ନ’ ପାଇବାକୁ ହକ୍‌ଦାର ବୋଲି ବହୁ ଲୋକ ମତବ୍ୟକ୍ତ କରିଛନ୍ତି ।

ତେବେ ନିଜେ ଟାଟା ତାଙ୍କ ସପକ୍ଷରେ ଏଭଳି ଅଭିଯାନ ନ ଚଳାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଜଣେ ଭାରତୀୟ ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି । ଦେଶର ବିକାଶ ପାଇଁ ଯୋଗଦାନ କରିପାରିଥିବାରୁ ସେ ଖୁସି ।

ସୋସିଆଲ ମିଡିଆରେ ତାଙ୍କୁ ଭାରତ ରତ୍ନ ଦେବାକୁ ଦାବିକରି ଚାଲିଥିବା ଅଭିଯାନ ନେଇ ଟାଟା ଟ୍ୱିଟ କରି କହିଛନ୍ତି – ଲୋକଙ୍କ ଭାବନାକୁ ମୁଁ ପ୍ରଶଂସା କରୁଛି । କିନ୍ତୁ ଏଭଳି ଅଭିଯାନ ବନ୍ଦ କରିବାକୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ।

ଟାଟାଙ୍କ ଏଭଳି ଅନୁରୋଧ ପରେ ଲୋକମାନେ ଏହି ବରିଷ୍ଠ ଉଦ୍ୟୋଗପତିଙ୍କୁ ଆହୁରି ପ୍ରଶଂସା କରିଛନ୍ତି । ତାଙ୍କର ଏହି ଟ୍ୱିଟ୍ ପରେ ଜଣେ ଟ୍ୱିଟର ୟୁଜର ଲେଖିଥିଲେ – ଏହି କାରଣରୁ ଆମେ ଆମପାଇଁ ସ୍ୱତନ୍ତ୍ର । ଆଉ ଜଣେ ୟୁଜର ନିଜ ପ୍ରତିକ୍ରିୟାରେ କହିଥିଲେ ଦେଶ ପ୍ରତି ଟାଟା ଗ୍ରୁପ୍‌ର ଅବଦାନ ଅତୁଳନୀୟ ।

Comments are closed.