ବିଜେଡି କାର୍ଯ୍ୟକାରିଣୀରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର ଓ ପିନାକୀ ମିଶ୍ରଙ୍କ ଉଦବୋଧନ

ଭୁବନେଶ୍ୱର- ବିଜେଡି କାର୍ଯ୍ୟକାରିଣୀରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉଦବୋଧନ ଦେଇ କହିଛନ୍ତି ଯେ ଦଳର ସଂଗଠନ ସୁଦୃଢ ରହିଛି । କୌଣସି କଥାକୁ ନେଇ ଦଳରେ କେହି ବିଭ୍ରାଟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କର କଥା ଓ କାମରେ ସମାନତା ରହିବା ଦରକାର ବୋଲି ପ୍ରଣବ କହିଛନ୍ତି । ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାକୁ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଦଳର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଂଚାନ୍ତୁ ବୋଲି ପ୍ରଣବ ଆହ୍ୱାନ ଦେଇଛନ୍ତି । ଦଳର ଉପସଭାପତି ଦେବୀ ମିଶ୍ର ଉଦବୋଧନ ଦେଇ କହିଛନ୍ତି ଯେ, ବିଜେଡିର ସଭ୍ୟ ସଂଖ୍ୟା ଏକ କୋଟି ଏକ ଲକ୍ଷ ୮୦ ହଜାରରୁ ଅଧିକ ରହିଛି । ୩ ଲକ୍ଷ ସକ୍ରିୟ ସଦସ୍ୟ ରହିଛନ୍ତି ।୧୪ଟି ଜିଲ୍ଲାରେ ସର୍ବାଧିକ ସଦସ୍ୟ ଗ୍ରହଣ ହୋଇଛି ।

ବରିଷ୍ଠ ଉପସଭାପତି ପିନାକୀ ମିଶ୍ର କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଇନ ଯୋଗୁଁ ଚାଷୀଙ୍କ କ୍ଷତି ହେବ ବୋଲି ସେ କହିବା ସହ ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପିନାକୀ ମିଶ୍ର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ଫୋକସ୍ ଷ୍ଟେଟ ପ୍ରସଙ୍ଗ ବି ସେ ଉଠାଇଛନ୍ତି ।

Comments are closed.