ସ୍କାଏକିଙ୍ଗ୍ ଠକେଇ ମାମଲା, ଜେଲ ଗଲେ ଆକାଶ ପାଠକ

ଭୁବନେଶ୍ୱର- ସ୍କାଏକିଙ୍ଗ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ । ଆଜି କୋର୍ଟରେ ହାଜର କରାଗଲା ପରେ ଆକାଶଙ୍କୁ ଝାରପଡା ଜେଲ୍ ପଠାଇ ଦିଆଯାଇଛି । ଟ୍ରାଭେଲ ଏଜେନ୍ସୀ ସ୍କାଏକିଙ୍ଗକୁ ୬୫ ଲକ୍ଷ ଟଙ୍କା ଠକିଥିବା ନେଇ ଆକାଶଙ୍କ ନାଁରେ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ଏ ନେଇ ଖୋଳତାଡ କରିବାକୁ ଆକାଶଙ୍କୁ ଚାରି ଦିନ ପାଇଁ ରିମାଣ୍ଡକୁ ନେଇଥିଲା । ପଚରାଉଚରା ବେଳେ ଆକାଶ ସତ ମାନିଥିଲେ ବୋଲି ପୋଲିସ ଦାବି କରିଛି । ସେ ଟାଟା ମୋଟର୍ସର ଏମଡି ନ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଥିବା ପୋଲିସ କହିଥିଲା । ରିମାଣ୍ଡ ଶେଷ ହେଲା ପରେ ଆଜି ଆକାଶଙ୍କୁ ଭୁବନେଶ୍ୱର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା । ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଠକେଇ କରିବାକୁ ଟାଟାର ଜିଏସଟି ନମ୍ବର ବ୍ୟବହାର କରି ଠକେଇର ଜାଲ ବିଛାଇଥିଲେ ବୋଲି କମିଶନରେଟ ପୋଲିସ କହିଥିଲା ।

Comments are closed.