ରେକର୍ଡ ଟେଷ୍ଟିଂ ମଧ୍ୟରେ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ, ୨ ହଜାର ୯ ଶହ ୯୩ ନୂଆ ପଜିଟିଭ, ଖୋର୍ଧା ଜିଲ୍ଲାରେ ରେକର୍ଡ ୬୦୬

ଭୁବନେଶ୍ୱର : ରେକର୍ଡ ଟେଷ୍ଟିଂ ମଧ୍ୟରେ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୯୯୩ ନୂଆ ପଜିଟିଭ । ଏହା ହେଉଛି ଏ ଯାବତ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୮ ଶହ ୭୯ ଚିହ୍ନଟ ହୋଇଥିବା ବେଳେ ବାକି ୧ ହଜାର ୧୧୪ ହେଉଛି ସ୍ଥାନୀୟ ସଂକ୍ରମଣ ।

ନୂଆ ତାଲିକାରେ ଖୋର୍ଧା ଜିଲ୍ଲାରେ ରେକର୍ଡ ୬୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ । ୨୭୧ ନୂଆ ପଜିଟିଭ ସହ ଗଂଜାମ ଦ୍ୱିତୀୟ ସ୍ଥାନରେ ରହିଛି । କଟକ ଜିଲ୍ଲାରୁ ୧୍‌୫୮, ପୁରୀ ଜିଲ୍ଲାରୁ ୧୫୬, ନୟାଗଡରୁ ୧୫୩, ରାୟଗଡାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଂଜରୁ ୧୨୦ ଓ ବାଲେଶ୍ୱର ଜିଲ୍ଲାରୁ ୧୧୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏ ଯାବତ ମୋଟ ୭୮ ହଜାର ୫୩୦ ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସକ୍ରିୟ ମାମଲା ସଂଖ୍ୟା ହେଲା ୨୫ ହଜାର ୭ ଶହ ୯୨ । ଏ ଯାଏଁ ୫୨ ହଜାର ୨୭୬ ଜଣ ସୁସ୍ଥ ହେଲେଣି । ମୋଟ ୧୩ ଲକ୍ଷ ୨ ହଜାର ୭ ଶହ ୧୧ ଜଣଙ୍କ କୋଭିଡ ପରୀକ୍ଷଣ ହୋଇସାରିଛି । ଶନିବାର ଦିନ ରାଜ୍ୟରେ ସର୍ବାଧିକ ୬୮ ହଜାର ୯୦୬ କୋରୋନା ଟେଷ୍ଟ ହୋଇଥିଲା ।

Comments are closed.