ଜାନୁଆରୀ ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର – କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ପ୍ରମୁଖ ମନ୍ଦିର ସବୁ ଖୋଲିବାକୁ ଯାଉଛି । ସମ୍ବଲପୁରର ଆରାଧ୍ୟା ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଖୋଲିବାକୁ ନିଷ୍ପତି ନିଆଯାଇଛି । ଜାନୁଆରୀ ୩ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର । କୋଭିଡ ନିୟମ ମାନି ଭକ୍ତ ମାଆଙ୍କ ଦର୍ଶନ କରିପାରିବେ । କୋରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେଲା ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ଥିଲା । ସୂଚନାଯୋଗ୍ୟ ଯେ, ବିଭିନ୍ନ ଜିଲ୍ଲାର ମନ୍ଦିର ସବୁ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

Comments are closed.