ଶିକ୍ଷକ ଦିବସରେ ଦେଶର ୪୭ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର , ଓଡିଶାର ଦୁଇ ଜଣ ସମ୍ମାନିତ

ନୂଆଦିଲ୍ଲୀ- ଗୁରୁ ଦିବସ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରଦେଶର ୪୭ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍ ଉତ୍ସବରେ ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି ।

ଓଡିଶାର ଦୁଇ ଶିକ୍ଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସେମାନେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ଭୁବନେଶ୍ୱରର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ।

Comments are closed.