ଛତ୍ରପୁର ତାମ୍ପରା ନିକଟରେ ଓଲଟିଲା ଏଲିପିଜି ଟ୍ୟାଙ୍କର

ବ୍ରହ୍ମପୁର-ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥର ତାମ୍ପରା ନିକଟରେ ଏକ ଏଲପିଜି ଟ୍ୟାଙ୍କର ଓଲଟି ପଡିଛି । ଘନ କୁହୁଡି ଯୋଗୁଁ ଟ୍ୟାଙ୍କରଟି ଓଲଟି ପଡିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ ସହ ପୋଲିସ ପହଂଚିଛି । ଛତ୍ରପୁର ତହସିଲଦାର ମଧ୍ୟ ସେଠାରେ ପହଂଚିଛନ୍ତି । ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଘଟଣାସ୍ଥଳକୁ ବର୍ତମାନ ନ ଯିବା ପାଇଁ କୁହାଯାଇଛି ।

Comments are closed.