ଆଇଆଇଏମ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ

ନୂଆଦିଲ୍ଲୀ / ଭୁବନେଶ୍ୱର- ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଭିତ୍ତି ପ୍ରସ୍ଥର କରାଯାଇଛି । ଭିଡିଓ କନଫରେନସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ।

ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ କହିଛନ୍ତି ଯେ, ଓଡିଶାରେ ଶିକ୍ଷାର ଦ୍ରୁତ ରୂପାନ୍ତରଣ ଘଟିଛି । ଶିକ୍ଷା କ୍ଷେତ୍ରରେ ରାଜ୍ୟର ପ୍ରଭାବ ବୃଦ୍ଧି ପାଇବା ସହ ପୂର୍ବ ଭାରତରେ ଓଡିଶା ଶିକ୍ଷା କେନ୍ଦ୍ର ଭାବେ ଗଢି ଉଠିଥିବାରୁ ସେ ଖୁସି ବୋଲି ନବୀନ ଏହି ଅବସରରେ କହିଛନ୍ତି ।

ଆଇଆଇଏମ ସମ୍ବଲପୁର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଓଡିଶାର ମହାନ ଐତିହ୍ୟର ପ୍ରତିନିଧିତ୍ୱ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ କହିଛନ୍ତି ।

Comments are closed.