ଆଜିଠାରୁ ରାଜ୍ୟରେ ଗତିଶୀଳ ହେବ କୋଭିଡ ଟିକାକରଣ, ପ୍ରତି ମେଡିକାଲ କଲେଜରେ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର- ରବିବାର ବନ୍ଦ ରହିବା ପରେ ରାଜ୍ୟରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି କୋଭିଡ ଟିକାକରଣ । ଆଜିଠାରୁ ଟିକାକରଣ ଅଧିକ ଗତିଶୀଳ ହେବ । ପ୍ରତ୍ୟେକ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ସହ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ୫ଟି ଲେଖାଏଁ ଟିକାକରଣ କେନ୍ଦ୍ର ରହିବ । ପ୍ରତି କେନ୍ଦ୍ରରେ ୨୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଟିକାକରଣ ପାଇଁ ପ୍ରତି ଟିମ୍‌ରେ ୫ ପରିବର୍ତ୍ତେ ୬ ଜଣ ସଦସ୍ୟ ରହିବେ । ୭ରୁ ୧୦ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଏହି ମାସ ୨୫ ସୁଦ୍ଧା ଡାଟାବେସ୍ ପ୍ରସ୍ତୁତି ଶେଷ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Comments are closed.