ଆଜିଠୁ ଚାରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମର ଟ୍ରାଏଲ

ନୂଆଦିଲ୍ଳୀ – କରୋନା ବିରୋଧରେ ଜାନୁୟାରୀରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସମ୍ଭାବନା ରହିଛି । ତେବେ ତା’ପୂର୍ବରୁ ସୋମବାର ଠାରୁ ଚାରିଟି ରାଜ୍ୟରେ ଟିକାକରଣର ଟ୍ରାଏଲ ଆରମ୍ଭ ହୋଇଛି । ଏହି ଚାରି ରାଜ୍ୟ ହେଲା ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମ । ଟିକାକରଣ ପରେ ସମ୍ଭାବ୍ୟ ପାଶ୍ୱର୍ ପ୍ରତିକ୍ରିୟା ଜନିତ ସ୍ଥିତିର ପରିଚାଳନା ଓ ଅନ୍ୟାନ୍ୟ ଅଭାବକୁ ଯେଭଳି ଦୂର କରିହେବ ସେଥିପାଇଁ ଏଭଳି ରିହାର୍ସଲ ଆରମ୍ଭ ହୋଇଛି ।

ଜାନୁୟାରୀରୁ ଟିକାକରଣ ଆରମ୍ଭ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଟିକାକରଣ ପାଇଁ ଦେଶବ୍ୟାପୀ ଏଯାବତ୍ ୨୩୬୦ ତାଲିମ ଶିବିର ଆୟୋଜନ ହୋଇଛି । ଏଥିରେ ପ୍ରାୟ ୭୦୦୦ରୁ ଊର୍ଦ୍ଧ୍ୱ ଭ୍ୟାକ୍ସିନେଟର, ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ନେଇ ତାଲିମ ଦିଆଯାଇଛି ।

Comments are closed.