କୁମ୍ଭମେଳା ଓ ବିଧାନସଭା ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ପିଟିସନ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: କୁମ୍ଭମେଳା ଓ ନିକଟରେ ଅନୁଷ୍ଠିତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦାୟର ହୋଇଥିବା ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ ।

ନୋଏଡାର ଆଇନଜୀବୀ ସଞ୍ଜୟ କୁମାର ପାଠକ ଏପ୍ରିଲ୍ ୧୬ରେ ଏହି ପିଟିସନ ଦାୟର କରିଥିଲେ । ଉକ୍ତ ଦିନ ଭାରତରେ ଦୈନିକ ସଂକ୍ରମଣ ଦୁଇ ଲକ୍ଷ ଟପିଥିଲା ।
ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରିବେ । ଏହି ଖଣ୍ଡପୀଠର ଆଉ ଦୁଇ ବିଚାରପତି ହେଉଛନ୍ତି ଜଷ୍ଟିସ ନାଗେଶ୍ଵର ରାଓ ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ।

Comments are closed.