କୃଷକଙ୍କ ସ୍ୱାର୍ଥ ରକ୍ଷା ପ୍ରସଙ୍ଗ, ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି

ଭୁବନେଶ୍ୱର- କୃଷକ ଆନ୍ଦୋଳନ ଓ କୃଷକଙ୍କ ସ୍ୱାର୍ଥ ରକ୍ଷା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗର ଜବାବ ଦେଇଛି ବିଜେଡି । ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଚାଷ ଓ ଚାଷୀ ପାଇଁ ବିଜେଡି ସର୍ବଦା ରହିଛି ।

ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଚାଷୀଙ୍କ ଆବଶ୍ୟକତାକୁ କ୍ୟାବିନେଟ ଗୃହୀତ କରିଛି ବୋଲି ଦେବୀ ମିଶ୍ର କହିଛନ୍ତି । ଚାଷୀଙ୍କ ପାଇଁ ଯାହା ନ୍ୟାଯ୍ୟ, ତାହା ରାଜ୍ୟ ସରକାର କରିଛନ୍ତି । ଏଥିରୁ ମାଇଲେଜ କିଛି ନିଆଯାଇନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।

Comments are closed.