କୋଭିଡ ଟିକାକରଣ ପାଇଁ ଆଜି ରାଜ୍ୟରେ ପୁଣି ଡ୍ରାଏ ରନ୍

ଭୁବନେଶ୍ୱର-ଆଜି ଦିନ ୧୦ଟାରୁ ଦୁଇଘଂଟା ପାଇଁ ରାଜ୍ୟରେ କୋଭିଡ ଟିକାକରଣ ପାଇଁ ଅଭ୍ୟାସ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଂଟା ପାଇଁ ଚାଲିବ ଅଭ୍ୟାସ । ପ୍ରତି ଜିଲ୍ଲାର ତିନିଟି ମେଡିକାଲରେ ଟିକାକରଣ ଅଭ୍ୟାସ କରାଯିବ । ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ହେବେ ଡ୍ରାଏ ରନ୍ । ଜିଲ୍ଲାର ଗୋଟିଏ ଉପଖଣ୍ଡ୍ ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ଉନ୍ନୀତ ପିଏଚସି ବା ସିଏଚସିରେ ହେବ ଟିକାକରଣ ଅଭ୍ୟାସ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.