ଦିଲ୍ଲୀରେ ବଢ଼ୁଛି ଶୀତ, ତଥାପି ଜିଦ୍‌ରେ ଅଟଳ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ – ଗତ କିଛିଦିନ ଧରି ଦିଲ୍ଳୀ ସମେତ ଉତ୍ତର ଭାତରରେ ଶୀତ ବଢ଼ିବାରେ ଲାଗିଛି । ଏହା ସତ୍ତ୍ୱେ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ହଜାର ହଜାର ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି । ହାଡ଼ଭଙ୍ଗା ଶୀତ ସେମାନଙ୍କ ମନୋବଳ ଭାଙ୍ଗିପାରି ନାହିଁ । ଖୋଲା ଆକାଶ ତଳେ ଗତ ୨୫ ଦିନ ଧରି ପଡ଼ି ରହିଥିବା ଚାଷୀମାନେ କୃଷି ଆଇନ ରଦ୍ଦ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଦିଲ୍ଲୀରେ ରବିବାର ଚଳିତ ସିଜନର ସବୁଠୁ ଥଣ୍ଡା ଦିନ ଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ରବିବାର ଦିଲ୍ଲୀର ତାପମାତ୍ରା ୩.୪ ଡିଗ୍ରୀକୁ ଖସିଥିଲା, ଯାହା ସାଧାରଣ ତାପମାତ୍ରା ଠାରୁ ୫ ଡିଗ୍ରୀ କମ୍ । ଆଗକୁ ରାଜଧାନୀ ନଗରୀ ସମେତ ଉତ୍ତର ଭାରତରେ ଶୀତ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଚତୁର୍ଥ ସପ୍ତାହରେ ପହଞ୍ôଚଥିବା ଚାଷୀ ଆନ୍ଦୋଳନ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଦିଲ୍ଲୀକୁ ସଂଯୋଗ କରୁଥିବା କିଛି ପ୍ରମୁଖ ରାସ୍ତା ବନ୍ଦ ରହିଛି । ଚାଷୀ ଆନ୍ଦୋଳନ ଆରମ୍ଭ ହେବା ଦିନଠୁଁ ଦିଲ୍ଲୀ ପୋଲିସ ଲୋକମାନଙ୍କୁ ବିକଳ୍ପ ରୁଟ୍ ସମ୍ପର୍କରେ ସଚେତନ କରିଆସୁଛି ।

Comments are closed.