ନିର୍ବାଚନ କମିଶନଙ୍କ ଅନୁମତି: ଟିକାକରଣ ପାଇଁ ଭୋଟରଙ୍କ ତଥ୍ୟ ବ୍ୟବହାର କରିପାରିବେ ସରକାର

ନୂଆଦିଲ୍ଲୀ – ଦେଶରେ ଶନିବାର ଠାରୁ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବ । ବିଶ୍ୱର ଏହି ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଭାରତର ନିର୍ବାଚନ କମିଶନ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ଟିକାକରଣ ପାଇଁ ବୁଥ୍ ସ୍ତରରେ ହିତାଧିକାରୀଙ୍କୁ ଯେଭଳି ସହଜରେ ଚିହ୍ନଟ କରାଯାଇ ପାରିବ ସେଥିପାଇଁ ଭୋଟରଙ୍କ ତଥ୍ୟ କେନ୍ଦ୍ର ସରକାର ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନର ଅନୁମତି ଦେଇଛନ୍ତି । ତେବେ ଟିକାକରଣ କାର୍ଯ୍ୟକ୍ରମ ସରିବା ପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଭୋଟରଙ୍କ ତଥ୍ୟ ହଟାଇବାକୁ ପଡିବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

ଡିସେମ୍ବର ୩୧ରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅଜୟ ଭଲ୍ଲା ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରାଙ୍କୁ ପତ୍ର ଲେଖି ପ୍ରତି ବୁଥ୍ ସ୍ତରରେ ରହିଥିବା ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଚିହ୍ନଟ କରିବା ପାଇଁ ସହଯୋଗ ଲୋଡିଥିଲେ । ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଓ ସୁରକ୍ଷା ନେଇ ମଧ୍ୟ ଭଲ୍ଲା ନିର୍ବାଚନ କମିଶନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କେବଳ ଟିକାକରଣ ପାଇଁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରାଯିବ ବୋଲି ସେ କହିଥିଲେ ।

Comments are closed.