ପୂର୍ବତନ ହକି ଖେଳାଳି ମାଇକେଲ କିଣ୍ଡୋଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ହକି ଖେଳାଳି ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ସେ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଝାଡଖଣ୍ଡର ବାସିନ୍ଦା ଥିଲେ । ଜଣେ ଦକ୍ଷ ଡିଫେଣ୍ଡର ଭାବେ କିଣ୍ଡୋଙ୍କ ସୁଖ୍ୟାତି ଥିଲା । ସେ ଅର୍ଜୁନ ପୁରସ୍କାର ବି ହାସଲ କରିଥିଲେ । ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସଦସ୍ୟ ଥିଲେ କିଣ୍ଡୋ । ୧୯୭୫ ମସିହା ବିଶ୍ୱକପ୍ ବିଜୟୀ ହକି ଟିମ୍‌ର ବି ସେ ସଦସ୍ୟ ଥିଲେ । ଆରଏସପିରେ ଯୋଗ ଦେଲା ପରେ ସେ ଓଡିଶା ହକି ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

Comments are closed.