ନୂଆବର୍ଷଠାରୁ ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ, ବାଇକ ଚାଳକ ଓ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ଜରୁରୀ

ଭୁବନେଶ୍ୱର- ନୂଆବର୍ଷଠାରୁ ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ନ ମାନିଲେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ପୂର୍ବରୁ ଲାଗୁ ହୋଇଥିବା ଏହି ନିୟମ ନୂଆବର୍ଷଠାରୁ କଡାକଡି ହେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଡବଲ ହେଲମେଟ୍ ନ ଥିଲେ ବାଇକ ଆରୋହୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗାଡିର ସମସ୍ତ କାଗଜପତ୍ର ଯାଂଚ୍ କରାଯିବ । ସେହିଭଳି କାରରେ ବସିଥିବା ଲୋକଙ୍କ ପାଇଁ ସିଟବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Comments are closed.