ପୋଲିସ କମିଶନରେଟ୍‌ର ପ୍ରତିଷ୍ଠା ଦିବସ : ପେଷାଦାର ଆଭିମୁଖ୍ୟ ଉପରେ ଡିଜିପିଙ୍କ ଗୁରୁତ୍ୱ, ଭୁବନେଶ୍ୱରରେ ସିସିଟିଭି ମାନ ବୃଦ୍ଧିନେଇ ସିପିଙ୍କ ସୂଚନା

ଭୁବନେଶ୍ୱର- ଆଜି ହେଉଛି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଦବୋଧନ ଦେଇ ପୋଲିସ ଡିଜି ଅଭୟ କହିଛନ୍ତି ଯେ, ମାମଲାର ତଦନ୍ତକୁ ଗୁରୁତ୍ୱ ଦିଆଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପୋଲିସ ନିଜର କର୍ତ୍ତବ ପାଇଁ ଉତ୍ତରଦାୟୀ ବୋଲି ଡିଜିପି କହିଛନ୍ତି ।

ପୋଲିସର ପେଷାଦାର ଆଭିମୁଖ୍ୟ ରହିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ସିସିଟିଭିର ମାନ ବଢାଯିବ । ହାଇଦ୍ରାବାଦ ଢାଞ୍ଚାରେ ସିସିଟିଭି ଲଗାଇବ ପୋଲିସ । ନିଜସ୍ୱ କାର୍ଯ୍ୟ ପାଇଁ ସିସିଟିଭି ଲଗାଉଥିବା ଲୋକଙ୍କ ପାଇଁ ଗାଇଡଲାଇନ ଆସିବ ବୋଲି ପୋଲିସ କମିଶନର କହିଛନ୍ତି । ଉଚ୍ଚତା ଓ ମାନ ଆଧାରରେ ଗାଇଡଲାଇନ ଆସିବ । ଭୁବନେଶ୍ୱରରେ ୧୫ଟି ଡ୍ରୋନ ରହିବ । କଂଟ୍ରୋଲ ରୁମ ଦ୍ୱାରା ଡ୍ରୋନକୁ ନିୟନ୍ତ୍ରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.