ବିଶିଷ୍ଟ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଝୁମୁକା’, ‘ତୁଳସୀଦାସ’, ‘ବିଶ୍ୱ ପରିଚୟ’, ଓ ‘ଆହେ ଦୟାମୟ ବିଶ୍ୱ ବିହାରୀ’ ଭଳି ତାଙ୍କ କାଳଜୟୀ ରଚନାରେ ଓଡିଆ ସାହିତ୍ୟ ରୁଦ୍ଧିମନ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାରସ୍ୱତ ସାଧକ ସହ ଆଦର୍ଶ ଶିକ୍ଷକ ଓ ସମାଜ ସଂସ୍କାରକ ଭାବେ ନିଜର ଅବଦାନ ପାଇଁ ରାମକୃଷ୍ଣ ନନ୍ଦ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.