ଭାରତରେ ବ୍ରିଟେନ୍ ଷ୍ଟ୍ରେନର ୧୦୯ ମାମଲା

ନୂଆଦିଲ୍ଲୀ – ଭାରତରେ ଏବେ ବ୍ରିଟେନ୍ ଷ୍ଟ୍ରେନ୍ ମାମଲା ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଗୁରୁବାର ସୁଦ୍ଧା ଦେଶରେ ବ୍ରିଟେନ୍ ଷ୍ଟ୍ରେନ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ଭାରତ ସରକାର ଡିସେମ୍ବର ୨୨ରୁ ବ୍ରିଟେନରୁ ସବୁ ଫ୍ଲାଇଟ୍ ଉପରେ କଟକଣା ଲଗାଇଥିଲେ । ଜାନୁୟାରୀ ୭ରେ କଟକଣା ହଟିଥିଲା । ତେବେ ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସେମାନଙ୍କୁ ପ୍ରଥମେ ବ୍ରିଟେନରେ ଯାତ୍ରା କରିବା ପୂର୍ବରୁ ଓ ଭାରତରେ ପହଞ୍ôଚବା ପରେ ବିମାନ ବନ୍ଦରରେ ନିଜର ଆରଟି-ପିସିଆର ଟେଷ୍ଟ କରିବାକୁ ପଡିବ ।

Comments are closed.