ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ କରଞ୍ଜ

ନୂଆଦିଲ୍ଲୀ – ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି। ତୃତୀୟ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍ଏସ୍ କରଞ୍ଜକୁ ଆଜି ନୌସେନାର ଯୁଦ୍ଧ ଜାହାଜରେ ସାମିଲ କରାଯାଇଛି | ନୌସେନା ସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ଆଡମିରାଲ ଭି.ଏସ୍
ଶେଖାଓ୍ବତ (ଅବସରପ୍ରାପ୍ତ)ଙ୍କ ଉପସ୍ଥିତିରେ କରଞ୍ଜଙ୍କୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ନୌସେନା ପାଖରେ ପୂର୍ବରୁ ଏହି ବର୍ଗର ଦୁଇଟି ବୁଡ଼ାଜାହାଜ -ଆଇଏନ୍ଏସ୍ କଲଭାରୀ ଏବଂ ଆଇଏନ୍ଏସ୍ ଖଣ୍ଡେରୀ ରହିଛି ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ମଜଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡରେ ଏହି ବୁଡ଼ାଜାହାଜ ନିର୍ମାଣ କରାଯାଇଛି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ ଗତ ୭ ଦଶନ୍ଧି ମଧ୍ୟରେ ଭାରତୀୟ ନୌସେନା ସ୍ୱଦେଶୀକରଣ ତଥା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଦୃଢ ସମର୍ଥକ ରହିଆସିଛି। ବର୍ତ୍ତମାନ ୪୨ଟି ଜାହାଜ ଏବଂ ବୁଡ଼ାଜାହାଜ ମଧ୍ୟରୁ ୪୦ଟି ଭାରତୀୟ ସିପୟାର୍ଡରେ ନିର୍ମାଣ କରାଯାଉଛି

Comments are closed.