ଭାରତ ପହଞ୍ଚିଲା ନୂଆ କରୋନା ଷ୍ଟ୍ରେନ୍‌, ୬ ଜଣ ବ୍ରିଟେନ ଫେରନ୍ତା ନୂଆ ଷ୍ଟ୍ରେନରେ ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ ପହଞ୍ଚିଛି କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ ବ୍ୟକ୍ତି ଏହି ନୂଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଏହା ସ୍ପଷ୍ଟ କରାଯାଇଛି । ଆକ୍ରାନ୍ତ ମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରଯାଉଥିବା କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି । ବ୍ରିଟେନରେ ପ୍ରଥମେ ଆବିଷ୍କୃତ ହୋଇଥିବା ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍‌କୁ ନେଇ ଏବେ ସାରା ବିଶ୍ୱରେ ପୁଣି ଆତଙ୍କ ସୃଷ୍ଟି ହୋଇଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ସବୁ ଫ୍ଲାଇଟ୍ ସାମୟିକ ବାତିଲ କରିଛନ୍ତି । ଏହି ନୂଆ ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ ଓ ବିପଜ୍ଜନକ ବୋଲି କୁହାଯାଉଛି । ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ।

Comments are closed.