ଭାରତ ବାୟୋଟେକର କୋଭାକ୍ସିନ କୋରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ – କୋଭିସିଲ୍ଡ ପରେ ଏବେ ଭାରତରେ ଆଉ ଏକ କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି । ସ୍ୱଦେଶ ନିର୍ମିତ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଏକ୍ସପର୍ଟ କମିଟି ଅନୁମତି ଦେଇଛି । ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ ।ଗତକାଲି କୋଭିିସିଲ୍ଡର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ ସରକାର । ଚୂଡାନ୍ତ ଅନୁମତି ମିଳିଲେ ଭାରତରେ ଦୁଇଟିଯାକ ଟିକାର ବ୍ୟବହାର ଏହି ମାସରେ ଆରମ୍ଭ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ଆଜିଠାରୁ ସାରା ଭାରତରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି ।

Comments are closed.