ଭୁବନେଶ୍ୱରରେ ଆଜିଠାରୁ ଆନ୍ତର୍ଜାତିକ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ଓଡିଶାର ତିନି ଚିତ୍ରଶିଳ୍ପୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର- ରାଜ୍ୟ ସଂଗ୍ରହାଳୟ ପରିସରରେ ଆଜିଠାରୁ ଆରମ୍ଭ ହେଉଛି ଆନ୍ତର୍ଜାତିକ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡିଶା ରାଜ୍ୟ ସଂଗ୍ରହାଳୟ ଓ ପୂର୍ବାସା ଲୋକକଳା ଓ ଜନଜାତି ସଂଗ୍ରହାଳୟ ପକ୍ଷରୁ ଆୟୋଜନ ହେବାକୁ ଥିବା ଏହି ପ୍ରଦର୍ଶନୀ ୨୧ ତାରିଖ ଯାଏଁ ଚାଲିବ । ଏଥିରେ ଭାରତରୁ ୨୪ ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସମେତ କୋରିଆରୁ ୬, ନେପାଳରୁ ୪, ବାଂଲାଦେଶରୁ ୨ ଏବଂ ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ମିଆଁମାରରୁ ଜଣେ ଲେଖାଏଁ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରୁଛନ୍ତି । ଭାରତର ୨୪ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଅଛନ୍ତି ପଟ୍ଟଚିତ୍ର ଶିଳ୍ପୀ ବିଜୟ ପରିଡା ଓ ସୁଧୀର ମହାରଣା ଏବଂ ସୌର ଚିତ୍ରଶିଳ୍ପୀ ଜୁନେଶ ଗମାଙ୍ଗ ।

ପ୍ରଦର୍ଶନୀରେ କାଂଚି ଅଭିଯାନ, ନବଗୁଞ୍ଜର ଓ ତଅପୋଇ କାହାଣୀ ଆଧାରିତ ଚିତ୍ରକଳା ମଧ୍ୟ ସ୍ଥାନ ପାଇବ ବୋଲି ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Comments are closed.