ରଜନୀକାନ୍ତଙ୍କ “ଆନ୍ନାଥେ” ସୁଟିଂ ସେଟରେ ପଶିଲା କରୋନା, ୮ ଜଣ ପଜିଟିଭ୍

ହାଇଦ୍ରାବାଦ – ଆଉ କିଛି ଦିନ ପରେ ୨୦୨୦ ସମସ୍ତଙ୍କ ଠାରୁ ବିଦାୟ ନେବ । କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଲୋକଙ୍କ ଶତ୍ରୁ ପାଲଟିଥିବା କରୋନାଭାଇରସ୍ ବିିିଦାୟ ନେବାର
ନା ନେଉନାହିଁ । ଦେଶରେ ଏବେବି କରୋନା ବିସ୍ଫୋରଣ ଜାରି ରହିଛି । ଏବେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଆନ୍ନାଥେ’ର ସୁଟିଂ ସେଟରେ ୮ ଜଣ ସଦସ୍ୟ କୋଭିଡ ପଜିଟିଭ ହୋଇଛନ୍ତି । ଯେଉଁଥିପାଇଁ ଫିଲ୍ମର ସୁଟିଂ ଅଧାରୁ ବନ୍ଦ କରିବାକୁ ପଡ଼ିଛି ।
ରଜନୀକାନ୍ତଙ୍କ ଫିଲ୍ମ ‘ଆନ୍ନାଥେ’ର ସୁଟିଂ ଗତ କିଛି ଦିନ ଧରି ହାଇଦ୍ରାବାଦରେ ଚାଲିଥିଲା । ଏଥିପାଇଁ ଗତ ସପ୍ତାହରେ ରଜନୀକାନ୍ତ ଚେନ୍ନାଇରୁ ହାଇଦ୍ରାବାଦ ଆସିଥିଲେ । ଫିଲ୍ମର ସୁଟିଂ ଡିସେମ୍ବର ୨୯ ସୁଦ୍ଧା ଶେଷ ହେବାର ଥିଲା। କିନ୍ତୁ ମଝିରେ କରୋନା ପଶି ସବୁ ପ୍ଲାନ୍ ବିଗାଡି ଦେଇଛି ।

Comments are closed.