ରାଜ୍ୟରେ ଶୀତ ଲହରୀ ଜାରି, ଫୁଲବାଣୀ ଶୀତଳ ସହର

ଭୁବନେଶ୍ୱର- ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ବିଶେଷ କରି ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ରାଜ୍ୟରେ ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି । ଦାରିଙ୍ଗବାଡି ୫, ଅନୁଗୁଳ ୫ ଦଶମିକ ୬, କୋରାପୁଟ ୭, ସୁନ୍ଦରଗଡ ୭, ଝାରସୁଗୁଡା ୭ ଦଶମିକ ୯, ଭବାନୀପାଟଣା ୮, କେନ୍ଦୁଝର ୮ ଦଶମିକ ୮, ବୌଦ୍ଧ ୯, ବାରିପଦା ୯, ବଲାଙ୍ଗିର ୯ ଦଶମିକ ୨, ସୋନପୁର ୯ ଦଶମିକ ୪, କଟକ ୧୧, ଭୁବନେଶ୍ୱରରେ ୧୨ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.